ରାକ୍ଷୀ ବାନ୍ଧିଲି ମୁଁ ରଖିବୁ ମାନ
ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା: ଭାଇ-ଭଉଣୀଙ୍କ ସ୍ନେହ ବନ୍ଧନ ରାକ୍ଷୀ ରହିବ ସାକ୍ଷୀ
ଆଜି ପବିତ୍ର ଗହ୍ମା ପୂର୍ଣ୍ଣିମା ଅର୍ଥାତ୍ ରାକ୍ଷୀ ପୂର୍ଣ୍ଣିମା । ଭାଇ ଭଉଣୀର ସ୍ନେହ ବନ୍ଧନକୁ ଦୃଢ କରିଥାଏ ରେଶମୀ ଡୋରି ରାକ୍ଷୀ। ଭାଇ ହାତରେ ରାକ୍ଷୀ ବାନ୍ଧି ସୁରକ୍ଷା ମାଗିଥାଏ ଭଉଣୀ । ଏହି ଦିନକୁ ଭଉଣୀମାନେ ଏକ ବର୍ଷ ଧରି ଅପେକ୍ଷା କରିଥାନ୍ତି ।
ରାକ୍ଷୀ ବାନ୍ଧିଲି ମୁଁ ରଖିବୁ ମାନ । ଖାଲି ଏଇ ରାକ୍ଷୀପୂର୍ଣ୍ଣିମା ନୁହେଁ ବଞ୍ଚିଥିବା ଯାଏ ଏମିତି ଅନେକ ରାକ୍ଷୀରେ ତୋ ହାତରେ ମୁଁ ଏଇ ପବିତ୍ର ଡୋରି ବାନ୍ଧିବି । ତା' ପ୍ରତିବଦଳରେ ମୋତେ ଉପହାର ଲୋଡ଼ା ନାହିଁ । ଦରକାର ଖାଲି ତୋ ସ୍ନେହ, ଭଲ ପାଇବା, ମୋ ବିଫଳତା ଓ ସଫଳତା ସମୟରେ ତୋ ଉପସ୍ଥିତି । ଏଇ ଟିକକ ଉପହାର ପାଇଁ ମୋ ରାକ୍ଷୀ ସବୁବେଳେ ତୋ'ହାତରେ ରହିଥିବ । ଏମିତି କିଛି ଶୁଭ ମନାସୀ ଭାଇଟି ହାତରେ ଭଉଣୀ ରାକ୍ଷୀ ବାନ୍ଧିଥାଏ ।
ହିନ୍ଦୁ ଧର୍ମରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଭଉଣୀଟି ଭାଇ ହାତରେ ରାକ୍ଷୀ ବାନ୍ଧି ତା'ର ଦୀର୍ଘାୟୁ କାମନା କରିଥାଏ । ଭାଇ ମଧ୍ୟ ରାକ୍ଷୀର ପ୍ରତିବଦଳରେ ଭଉଣୀର ସମ୍ମାନ ରକ୍ଷା କରିବାର ସଂକଳ୍ପ ନେଇଥାଏ । ଆଜି ହେଉଛି ସେଇ ପବିତ୍ର ରକ୍ଷା ବନ୍ଧନ ।
Comments
Post a Comment