BUDHA DARSHAN
ଥରେ ଜଣେ ବ୍ରାହ୍ମଣ ମହାମାନବ ଗୌତମ ବୁଦ୍ଧଙ୍କୁ ପଚାରିଲେ। ବ୍ରାହ୍ମଣ:- "ଆପଣ ସମସ୍ତଙ୍କୁ କୁହନ୍ତି ଯେ ଆତ୍ମା ନାହିଁ, ସ୍ବର୍ଗ ନାହିଁ,ପୁନର୍ଜନ୍ମ ନାହିଁ। କଣ ଏହା ସତ୍ଯ ?" ଗୌତମ ବୁଦ୍ଧ:- "ଆପଣଙ୍କୁ ଏକଥା କିଏ କହିଲା, ଯେ ମୁଁ ଏହା କହିଛି ବୋଲି ?" ବ୍ରାହ୍ମଣ:- "ନା ଏମିତି କେହି କହି ନାହାନ୍ତି।" ଗୌତମ ବୁଦ୍ଧ :- " ମୁଁ ଏମିତି କହିଛି ବୋଲି କହିଥିବା ଲୋକକୁ ଆପଣ ଜାଣିଛନ୍ତି କି ?" ବ୍ରାହ୍ମଣ:- "ନା।" ଗୌତମ ବୁଦ୍ଧ:- "ମୁଁ ଏମିତି କହୁଥିବା ସମୟରେ ଆପଣ କେବେ ଶୁଣିଛନ୍ତି କି ?" ବ୍ରାହ୍ମଣ:- "ନା ତଥାଗତ, ଲୋକଙ୍କ କଥା ଶୁଣି ଏମିତି ଲାଗିଲା। ଯଦି ଏହା ନୁହେଁ ତାହେଲେ ଆପଣ କ'ଣ କହୁଛନ୍ତି ?" ଗୌତମ ବୁଦ୍ଧ:- "ମୁଁ କହୁଛି ଯେ ମନୁଷ୍ଯ ବାସ୍ତବିକ ସତ୍ଯକୁ ସ୍ବୀକାର କରିବା ଆବଶ୍ୟକ।" ବ୍ରାହ୍ମଣ:- "ମୁଁ ବୁଝିପାରିଲି ନାହିଁ ତଥାଗତ, ଦୟାକରି ସରଳାର୍ଥରେ କୁହନ୍ତୁ।" ଗୌତମ ବୁଦ୍ଧ:- "ମନୁଷ୍ଯର ପାଞ୍ଚଟି ବାହ୍ଯ ଜ୍ଞାନେନ୍ଦ୍ରିୟ ଅଛି, ଯାହାର ସାହାଯ୍ଯରେ ସେ ସତ୍ଯକୁ ବୁଝିପାରିବ ଓ ଜାଣି ପାରିବ।" 1) ଆଖି - ମଣିଷ ଆଖିରେ ଦେଖିଥାଏ। 2) କାନ- ମଣିଷ କାନରେ ଶୁଣିଥାଏ। 3) ନାକ- ମଣିଷ ନାକରେ ଶ୍ୱାସକ୍ରିୟା କରିଥାଏ। 4) ଜିଭ - ମଣିଷ ଜିଭରେ ସ୍ୱାଦ ଚା...