ଖୁଦୁରୁକୁଣୀ ଓଷା
ଖୁଦୁରୁକୁଣୀ ଓଷା: ଭାଇଙ୍କ ଶୁଭ ମନାସୀ ଭଉଣୀ କରେ ଉପବାସ
ଭାଇ ଭଉଣୀର ସମ୍ପର୍କକୁ ମଧୁର କରିବାର ପର୍ବଟିଏ ହେଉଛି ଭାଲୁକୁଣୀ ଓଷା ବା ଖୁଦୁରୁକୁଣୀ । ସମାଜକୁ ନାରୀର ଅବଦାନ ଓ ଶ୍ରେଷ୍ଠତ୍ୱକୁ ପ୍ରତିପାଦନ କରୁଥିବା ପର୍ବ ହେଉଛି ଖୁଦୁରୁକୁଣୀ । ପରିବାର ଭିତରେ ସମ୍ପର୍କର ଡୋରି ବାନ୍ଧିବାର ପର୍ବ ହେଉଛି ଖୁଦୁରୁକୁଣୀ । ଉତ୍କଳର ସମୃଦ୍ଧ ସଂସ୍କୃତିର ପରିଚୟ ପ୍ରଦାନ କରେ ଏହି ପର୍ବ ।
ଓଡିଶାର କୁମାରୀମାନେ ଭାଦ୍ରବର ପ୍ରତି ରବିବାରେ ଜଗତ ଜନନୀ ମା', ମଙ୍ଗଳାଙ୍କୁ ଆରାଧାନା କରନ୍ତି । ଭଉଣୀମାନେ ନିଜ ଭାଇର ନିରାମୟ ଜୀବନ, ଉଜ୍ଜଳ ଭବିଷ୍ୟତ ଓ ଦୀର୍ଘ ଆୟୁ କାମନା କରି ମଙ୍ଗଳମୟୀ ମା ମଙ୍ଗଳାକୁ ସ୍ମରଣ କରିଥାନ୍ତି । ଓଡିଆ ଘରର ବୋହୁମାନେ ବି ଏହି ବ୍ରତକୁ ପାଳନ କରନ୍ତି । ଭାଦ୍ରବ ମାସର ପ୍ରତି ରବିବାରରେ ଖୁଦୁରୁକୁଣୀ ଓଷା ପାଳିତ ହୁଏ । ମା ମଙ୍ଗଳାଙ୍କ ମୂତ୍ରି ଭାଲୁକୁଣି ସ୍ଥାପନ କରି ସଜ୍ଜିତ କରାଯାଇଥାଏ । ଦୁହୁଡି(ଦିହୁଡି) ଜାଳି ଝୁଣା ମାରି ଆନନ୍ଦର ସହ ନିଜର ଭାଇର ସୁରକ୍ଷା ପାଇଁ କୁମାରୀମାନେ ପୂଜା କରନ୍ତି ।
କିମ୍ବଦନ୍ତୀ ଅନୁସାରେ ଓଡ଼ିଶାରେ ସାଧବ ପୁଅମାନେ ଅତୀତରେ ଦେଶବିଦେଶକୁ ବଣିଜ କରିବା ନିମନ୍ତେ ଯାଉଥିଲେ । ସେହିପରି ଏକ ସାତ ସାଧବ ଭାଇ ଓ ସେମାନଙ୍କ ଅଲିଅଳି ଭଉଣୀ ତଅପୋଇକୁ ଭାଉଜମାନେ ଯାତନା ଦେବା ଓ ଖୁଦୁରୁକୁଣିଙ୍କୁ ପୂଜି ସେ ସେଥିରୁ ମୁକ୍ତି ମିଳିବାକୁ ନେଇ ଏହି ଓଷାର ଆରମ୍ଭ । ଝିଅମାନେ ଦୂରରେ ଥିବା ଆତ୍ମୀୟ ଓ ମୁଖ୍ୟତଃ ଭାଇମାନଙ୍କର ମଙ୍ଗଳ ମନାସି ଏହି ଓଷା ପାଳିଥାନ୍ତି ।
Comments
Post a Comment