ରାକ୍ଷୀ .....ଏକ ସମ୍ପର୍କର ସେତୁ*

*ଆସନ୍ତୁ ପଢିବା ଆଜିର କାହାଣୀ*

*ରାକ୍ଷୀ .....ଏକ  ସମ୍ପର୍କର ସେତୁ*


ଅଫିସ ଯିବାପାଇଁ ତର ତର ହୋଇ ବାହାରିଲା ବେଳକୁ କେହି ଜଣେ କଲିଙ୍ଗ ବେଲ ବଜେଇଲା।!!! 

ଏ ସମୟରେ କିଏ ହୋଇଥାଇପାରେ ଭାବି କବାଟ ଖୋଲିଲେ ଆଦିତ୍ୟ ବାବୁ।

ଡାକବାଲା ଖଣ୍ଡିଏ ପାର୍ସଲ ବଢ଼େଇଦେଲେ ଆଦିତ୍ୟ ବାବୁଙ୍କୁ। ପାର୍ସଲ ପଠେଇବା ଲୋକର ନାଁ  କି ଠିକଣା ନଥିଲା। ବଡ ଉତ୍କଣ୍ଠାର ସହ ଲଫପା ଖୋଲିଲା ବେଳକୁ ତା ଭିତରେ ଦୁଇ ଟି ରାଖୀ ସହ ଚିଠିଟିଏ ଥିଲା।!!!!!

କିଏ ଏ ରାଖୀ ପଠେଇଥିବ????

 ମୋର ତୋ କେହି ନିଜର ଭଉଣୀ ନାହାଁନ୍ତି।।??

ମାମୁଁ ଝିଅ, ମାଉସି ଝିଅ ଏମାନେ ତୋ ପ୍ରତିବର୍ଷ ଘରକୁ ଆସି ରାଖୀ ବାନ୍ଧିଦେଇ ଯାଆନ୍ତି।

କିଏ  ପଠେଇଛି ଏ ରାକ୍ଷୀି।????

 ବଡ଼ ଉତ୍କଣ୍ଠାର ସହ ଚିଠିଟିକୁ ଖୋଲି ପଢିବାକୁ ଲାଗିଲେ ଆଦିତ୍ୟ ବାବୁ।

ପ୍ରିୟର ଆଦି ଭାଇ,

ମୋର ପ୍ରଣାମ ନେବ । ରିତୁ ବୋଲି ତୁମର ଭଉଣୀଟିଏ ଥିଲା ବୋଲି ତୁମେ ଆଜକୁ ୧୬ ବର୍ଷ ହେଲା ଭୁଲିଯାଇଛ।!!!

କେତେଭଲ ଥିଲା ସେଦିନ ଗୁଡିକ, ଯେବେ ଆମେ ଚାରି ଭାଇଭଉଣୀ ତୁମେ,ଅଭି ଭାଇ, ଗିତୁ ଓ ମୁଁ ଖୁବ ଖୁସିରେ ଥିଲେ।ଆମେ ମାନେ ସାଙ୍ଗ ହୋଇ ଖେଳୁଥିଲେ, ବୁଲୁଥିଲେ, ଖାଉଥିଲେ , ଶୋଉଥିଲେ, ଗପୁଥିଲେ।।।।

ପାଠ ନ ଆସିଲେ ତୁମେ ଆମ କାନ ମୋଡି ମିଠା ରାଗ ଦେଖେଇ ଗାଳି ଦେଇ, ପାଠ ବୁଝେଦେଉଥିଲ।
ମୁଁ ରାଗିକି କହୁଥିଲି ବଡ ବୋଲି ସବୁବେଳେ ତୁମେ ଖାଲି ବାଡ଼େଇବ ଓ ଗାଳି କରିବ  ।
କିନ୍ତୁ ତୁମେ ଖୁବ ଆଦରରେ ମୋ ମୁଣ୍ଡକୁ ଆଉଁସି ସ୍ନେହ କରୁଥିଲ ।।। ।।।

 ଆମ ଚାରି ଭାଇ ଭଉଣୀଙ୍କ ମଧ୍ୟରେ ଏକ  ନିଆରା ସମ୍ପର୍କ ଥିଲା।।।।

କେହି କାହାକୁ ମୁହୂର୍ତ୍ତ ଟିଏ ନଦେଖିଲେ ରହିପାରୁନଥିଲେ।।।।
ସବୁ ଦିନ ଆମେ ସବୁ କେତେ ମଜା କରୁ ଥିଲେ।। ତମର ମନେ ଅଛି ତମେ ଆମ ପାଇଁ ପିଜୁଳି ତୋଳିବାକୁ ଯାଇଥିଲ ଓ ହଠାତ୍ ମାଙ୍କଡ଼ ଟିଏ ଡେଇଁ ପଡିଲା ତୁମ ଉପରେ।।। ତୁମେ ସିଧା ଖସିଲ ଗଛରୁ ତଳକୁ।।।
ଭଗବାନଙ୍କ ଦୟାରୁ ତୁମକୁ କିଛି ଭୀଷଣ ଆଘାତ ଲଗିନଥିଲା କିନ୍ତୁ ଜୋରରେ ଖଣ୍ଡିଆ ଖାବରା ହେଇଥିଲା।।।
ସେଦିନ ଧୁମ୍ ଗାଳି ଶୁଣିଥିଲେ ଆମେ ସବୁ ମନେ ଅଛି ତୁମର!!!
ଯେତେ ଯାହା ହେଇଗଲେ ମଧ୍ୟ ଆମେ ଚାରି ଭାଇ ଭଉଣୀ ସେମିତି ଦୁଷ୍ଟାମୀ କରୁଥିଲେ ଓ ଗାଳି ଶୁଣୁଥିଲେ।।।
କିନ୍ତୁ ସେ ଗାଳି ମଧ୍ୟ ଖୁବ୍ ଭଲ ଲାଗୁଥିଲା।।।

 କିନ୍ତୁ ଘରେ ପ୍ରାୟ ସମୟରେ ମମି ଓ ବଡମାଙ୍କ ମଧ୍ୟରେ ଛୋଟ ଛୋଟ କଥାକୁ ନେଇ ସବୁବେଳେ ତିକ୍ତତା ଲାଗିରହୁଥିଲା।।  

 କିନ୍ତୁ ଘଟଣା ଟି ସେହିଦିନ ଭୟଙ୍କର ରୁପ ନେଇଥିଲା ଯେଉଁଦିନ ଏକ ଛୋଟ କଥାରୁ ବାପା ଓ ବଡବାପାଙ୍କ ମଧ୍ୟରେ ଖୁବ ଝଗଡା ହୋାଇଥିଲା। ଝଗଡାଟି ଏପରି ରୂପ ନେଲା ଦୁଇଭାଇ ନିଜ ନିଜ ସମ୍ପର୍କ କାଟିବାକୁ ପଛାଇନଥିଲ ।
ଏପଟେ ଜମିବାଡ଼ି ପାଇଁ ବାପା ଓ ବଡବାପାଙ୍କ କଥା କଟା କଟି ଓ ସେପଟେ ମମି ବଡମାଙ୍କ ମୁହଁ ଫୁଲା ଫୁଲି, ଘରେ ସବୁବେଳେ ଅଶାନ୍ତି ଲାଗିରହୁଥିଲା।ଏସବୁର ଏକମାତ୍ର ସମାଧାନ ନିମନ୍ତେ ବାପା ଓ ବଡବାପାଙ୍କ ମଧ୍ୟରେ ସମ୍ପତ୍ତିର ଭାଗ ହାଇଗଲା।।।।
ଖାଲି ସମ୍ପତି ନୁହଁ ସମ୍ପର୍କର ମଧ୍ୟ ଭାଗ ହୋଇଯାଇଥିଲା।।।  

ତୁମ ଓ ଆମ  ମଧ୍ୟରେ ସବୁ ସଂପର୍କର ଭଟ୍ଟା ପଡିଯାଇଥିଲ।!!!!!

ବାପା ନିଜର ସବୁ ଜମିବାଡ଼ି ବିକ୍ରି କରିଦେଇ ନିଜ କର୍ମସ୍ଥଳୀକୁ ଆମକୁ ନେଇ ଚାଲି ଆସିଲେ ଓ ଆମେ ଏଠାରେ ସ୍ଥାୟୀ ବାସିନ୍ଦା ହୋଇଗଲୁ।।।।

ସେହି ବର୍ଷ ରାଖୀରେ ମୁଁ ତୁମ ପାଖକୁ ଦୁଇଟି ରାଖୀ ଓ ଚିଠିଟିଏ ପଠେଇଥିଲି।କିନ୍ତୁ ତୁମେ ପାଇଲକୀ ନାହିଁ ମୁଁ ଜାଣିପାରିଲିନି।।।।
ତାର କିଛି ଉତ୍ତର ପାଇଲିନି।

ତାପର ଠାରୁ ମୁଁ ଓ ଗିତୁ ତମ ଦୁଇଜଣଙ୍କ ଶୁଭ ମନାସି   ପ୍ରତି ରାକ୍ଷୀ ପୂର୍ଣ୍ଣିମାରେ  କୃଷ୍ଣ ଭଗବାନଙ୍କୁ ରାଖୀ ବାନ୍ଧିଦେଉ।।।।

କିନ୍ତୁ ରାକ୍ଷୀ ଦିନ ଖୁବ କାନ୍ଦୁ।!!!!

କାରଣ ତୁମ ଦୁଇଜଣଙ୍କ ଛଡା ଆମର କେହି ଭାଇନଥିଲେ ଓ ଭାଇର ସ୍ନେହର ହାତ ସବୁଦିନ ପାଇଁ ଆମ ମୁଣ୍ତ ଉପରୁ ଉଠିଯାଇଥିଲା।।।।

ତମେ ଭାବୁଥିବ ଏତେ ବର୍ଷ  ପରେ  ଆଜି କେମିତି ତୁମ ପାଖକୁ ରାଖୀ ପଠେଇଲି ବୋଲି????

କିନ୍ତୁ ଅଳ୍ପଦିନ ତଳେ ତୁମ ସାଙ୍ଗ ସୁବ୍ରତ ଭାଇ କୌଣସି କାମରେ ଏଇ ସହରକୁ ଆସିଥିଲେ।।।।

ତାଙ୍କ ସହ ହଠାତ ଦେଖା ହୋଇଗଲା।ତାଙ୍କଠାରୁ ବଡ଼ ମା ଓ ବଡବାପାଙ୍କ ଦେହାନ୍ତ କଥା, ତୁମ ଦୁଇଜଣଙ୍କ ବାହାଘର କଥା ସବୁ ଶୁଣିଲି।।।।
.....ଆମେ ଏତେ ପର ହୋଇଗଲୁ ଯେ ତୁମେ ଦିନେ ମଧ୍ୟ ଆମ ବିଷୟରେ କୌଣସି ଖୋଜ ଖବର ରଖିଲନି।।। 

କୌଣସି ବିଷୟରେ ଜଣେଇଲ ନାହିଁ ।।।।

 ସୁବ୍ରତଭାଇଙ୍କଠାରୁ ତୁମ ଫୋନ ନମ୍ବର ଟା ନେଲି । ଭାବିଲି ଫୋନ କରି କଥା ହେବି ବୋଲି କିନ୍ତୁ କାଳେ ତୁମର କିଭଳି ପ୍ରତିକ୍ରିୟା ହେବ ଭାବି ଚିଠି ଓ ରାଖୀ ଦୁଇ ଟି ପଠେଇଲି।।।।

ମୁଁ ଫୋନ ନମ୍ବର ଓ ଠିକଣା ତଳେ ଦେଇଛି ।।।।

ଯଦି ଏହି ଭଉଣୀ ପାଇଁ ହୃଦୟରେ ଟିକିଏ ବି ଭଲପାଇବା ଥାଏ ମୋତେ ନିଶ୍ଚିତ ଫୋନ କରିବ।।।
ଭାଉଜ ଓ ଅଭିଭାଇ ଭାଉଜଙ୍କୁ ମୋର ପ୍ରଣାମ ଜଣାଇଦେଵ। ତୁମ ଫୋନ ଅପେକ୍ଷାରେ।।।। 
ଇତି 

ତୁମ ରିତୁ।।  

ଚିଠି  ଟି ପଢି  ଆଦିତ୍ୟଙ୍କ ଆଖିରୁ ଝର ଝର ହୋଇ ଲୁହ ଝରିଯାଉଥିଲା।।।।

ମନେ ପଡି ଯାଇଥିଲା ଅତୀତର ସମସ୍ତ କଥା ଗୋଟି ଗୋଟି ହୋଇ।।

ଲୁହ ପୋଛି ସେ ମୋବାଇଲ ବାହାର କରି ଗିତୁର ନମ୍ବର ଟିକୁ ଲଗାଉଥିଲେ।।

ଏକ ଭାଙ୍ଗି ଯାଇଥିବା  ପୁରୁଣା ସମ୍ପର୍କର ନୂଆ ମୂଳଦୁଆ ପଡ଼ିବାକୁ ଯାଉଥିଲା।!!!!

ସତରେ  ଯେତେ ତିକ୍ତତା ଥିଲେ ମଧ୍ୟ ଭାଇ ଭଉଣୀର ରକ୍ତର ସମ୍ପର୍କ ରକ୍ତକୁ ଆକର୍ଷିତ କରେ।।
ଆଉ ଏହି
'ରାକ୍ଷୀ ' ଭାଇ ଭଉଣୀ ସଂପର୍କର ଏକ ସୁଦୃଢ଼ ସେତୁ ବନ୍ଧ।।।।।....…

Comments