Unity is symbols of power
*କିଛି ସପ୍ତାହ ପରେ ଅତ୍ୟଧିକ ଥଣ୍ଡା ରାତିରେ ସେହି ସଂଗଠନର ମୁଖ୍ୟ ତାଙ୍କୁ ଭେଟିବାକୁ ସ୍ଥିର କଲେ | ପ୍ରଧାନ ବ୍ୟକ୍ତି ଜଣଙ୍କ ଘରକୁ ଯାଇ ଦେଖିଲେ ଯେ ସେହି ବ୍ୟକ୍ତି ଘରେ ଏକୁଟିଆ ଅଛନ୍ତି। ଜଳୁଥିବା କାଠର ନିଆଁ ସାମ୍ନାରେ ଆରାମରେ ନିଆଁ ଶେକୁଛନ୍ତି | ବ୍ୟକ୍ତି ଜଣକ ନିଷ୍ର୍କିୟତା ସହକାରେ ଅଭିବାଦନ ଜଣାଇଲେ।*
*ଦୁହେଁ ଚୁପଚାପ୍ ବସିଥିଲେ। କିଛି ସମୟ ପରେ, ମୁଖ୍ୟ କିଛି ନ କହି , ଜଳୁଥିବା ନିଆଁ ରୁ ଗୋଟିଏ କାଠକୁ ଉଠାଇ ବାହାରେ ରଖିଦେଲେ | ପୁଣି ବସିଗଲେ।*
*ବ୍ୟକ୍ତି ଜଣକ ସବୁକିଛି ପ୍ରତି ଧ୍ୟାନ ଦେଉଥିଲା | ଦୀର୍ଘ ସମୟ ଧରି ଏକୁଟିଆ ଥିବାରୁ ବ୍ୟକ୍ତି ଜଣକ ମୁଖ୍ୟଙ୍କୁ ସାମ୍ନାରେ ପାଇ ମନେ ମନେ ଖୁସି ଅନୁଭବ କରୁଥିଲା ଯେ ସେ ଆଜି ତାଙ୍କ ସଂଗଠନର ମୁଖ୍ୟ ତାଙ୍କ ସହ ଅଛନ୍ତି।ହଠାତ ସେ ଦେଖିଲେ, ଅଲଗା ହୋଇଥିବା କାଠ ରୁ ନିଆଁ ଧୀରେ ଧୀରେ କମିଯାଉଛି। କିଛି ସମୟ ପରେ ନିଆଁ ସମ୍ପୂର୍ଣ୍ଣ ଲିଭିଗଲା।ଧିରେ ଧିରେ ଏଥିରେ କୌଣସି ଉତ୍ତାପ ମଧ୍ୟ ରହିଲା ନାହିଁ |*
*କିଛି ସମୟ ପୂର୍ବରୁ, ଯେଉଁ କାଠରେ ଉଜ୍ଜ୍ୱଳ ଆଲୋକ ଏବଂ ନିଆଁର ଉତ୍ତାପ ଥିଲା, ତାହା କେବଳ କଳା ଏବଂ ମୃତ ଖଣ୍ଡ ପାଲଟିଗଲା |*
*ଏହି ସମୟରେ .. ଉଭୟ ସାଙ୍ଗ ପରସ୍ପରକୁ ଅତି ସଂକ୍ଷେପରେ ଅଭିବାଦନ କଲେ, ଅତ୍ୟନ୍ତ ସଂକ୍ଷେପରେ ବାକ୍ୟ ବିନିମୟ କଲେ | ଯିବା ପୂର୍ବରୁ ମୁଖ୍ୟ, ପରିତ୍ୟକ୍ତ କାଠ ଟିକୁ ଉଠାଇ ପୁନଶ୍ଚ ନିଆଁ ମଧ୍ୟରେ ରଖିଲେ। ସେହି କାଠଟି ପୁଣି ଜ୍ୱଳନ୍ତ ହୋଇ ଜଳିବା ଆରମ୍ଭ କଲା ଏବଂ ଚାରିଆଡେ ଆଲୋକ ଏବଂ ଉତ୍ତାପ ବିସ୍ତାର କରିବାକୁ ଲାଗିଲା |*
*ଯେତେବେଳେ ସେହି ବ୍ୟକ୍ତି ମୁଖିଆ ଛାଡିବାକୁ ଦ୍ୱାରରେ ପହଞ୍ଚିଲେ, ସେ ମୁଖିଆଙ୍କୁ କହିଲେ, ମୋ ଘରକୁ ଆସି ସାକ୍ଷାତ କରିଥିବାରୁ ଆପଣଙ୍କୁ ବହୁତ ଧନ୍ୟବାଦ।*
*ଆଜି ଆପଣ ବିନା କଥାବାର୍ତ୍ତା ଏକ ସୁନ୍ଦର ଶିକ୍ଷା ଦେଇଛନ୍ତି, ଯେ ଏକୁଟିଆ ମଣିଷ ର କୌଣସି ଅସ୍ତିତ୍ଵ ନଥାଏ ।ସଂଗଠନର ସହଯୋଗୀ ହେଲେ ହିଁ ତାର ଉଜ୍ୱଳତା,ଦକ୍ଷତା ପ୍ରସାରିତ ହୋଇ ଥାଏ, ଅନ୍ୟଥା ସେ ଏହି ପରିତ୍ୟକ୍ତ କାଠ ଖଣ୍ଡ ପରି ପ୍ରଭାବହୀନ ଓ ଅଲୋଡ଼ା ହୋଇଯାଏ । ବନ୍ଧୁଗଣ, ଆମର ପରିଚୟ ଓ ବଳ ଉଭୟ ହିଁ ସଂଗଠନ , ତେଣୁ ସଂଗଠନ ଆମ ପାଇଁ ସର୍ବୋପରି ହେବା ଉଚିତ୍।*
*ସଂଗଠନ ପ୍ରତି ଆମର ବିଶ୍ୱସ୍ତତା ଏବଂ ଉତ୍ସର୍ଗୀକୃତତା କୌଣସି ବ୍ୟକ୍ତିଙ୍କ ପ୍ରତି ନୁହେଁ, ବିଚାରଧାରା ପ୍ରତି ହେବା ଉଚିତ୍।*
*ତେଣୁ ଆପଣ ଯେଉଁଠାରେ ଥାଆନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ସଂଗଠିତ ରୁହନ୍ତୁ!*
Comments
Post a Comment