inside story of mind

ସୃଷ୍ଟି ର ସର୍ଜନା କିଏ କଲା??
ଏ ବଡ ପ୍ରଶ୍ନ ହୋଇ ରହିଗଲା 
ମଣିଷ ମନରେ ଏ ପ୍ରଶ୍ନ ଆସିଲା
ମଣିଷ ଖୋଜିଲା ବାରମ୍ବାର
ମୋ ଜନ୍ମ ର କାରଣ କଣ?

କେମିତି ବିଜୁଳି ଚମକିଲା?
କେମିତି ବର୍ଷା ହେଲା?
କାହିଁକି ପବନ ବହୁଛି?
ମୁଁ ନିଶ୍ୱାସ କେମିତି ନଉଚି?
ମୁଁ ଶୋଇଲା ପରେ
ପୁଣି କିଏ ମୋତେ ଉଠାଉଛି?
 ବୀଜ ଆଗ ନା ବୃକ୍ଷ ଆଗ ?
ଦିନ ଆଗ ନା ରାତି ଆଗ?
ଶୀତ ଆଗ ନା ଖରା ଆଗ?
ପୁଅ ଆଗ ନା ଝିଅ ଆଗ?
ଏ ସବୁ ମଣିଷ ମନର ଭାବାବେଗ l

ଯେତେବେଳେ ସେ ନିଜେ ପ୍ରଶ୍ନ କରୁଛି???? ଉତ୍ତର ଖୋଜୁଛି???
ମଣିଷ ମଣିଷକୁ କହୁଛି
କେହିଜଣେ ନିଶ୍ଚିନ୍ତ ଏ ସବୁ କରିଛି
ପୁଣି ମଣିଷ ମଣିଷକୁ କହୁଛି 
ମୁଁ ତାକୁ ଜାଣିଛି
ସେ ଈଶ୍ୱର,ସେ ଆଲ୍ହା,ସେ ପରମେଶ୍ୱର,ସେ
ଦୁନିଆଁ ଚଲେଇବା ଵାଲା

ପୁଣି ମଣିଷ ନିଜ କଳ୍ପନା ରେ
ବିଭିନ୍ନ ଧର୍ମ ଗ୍ରନ୍ଥ ରଚନା କଲା
ଯାହା ନିଜେ ନବୁଝିଛି ତାକୁ ସତ୍ୟ ଭାବି ପ୍ରଚାର କଲା କହିଲା ଧର୍ମ ଭଗବାନ ସବୁ ଈଶ୍ୱର ଙ୍କ ଅବଦାନ
ଯିଏ କରିବ ଅବମାନ
ତାର ହେବ ଅବସାନ

ଭକ୍ତି,ପୂଜା,ପ୍ରାର୍ଥନା
କାଳ୍ପନିକ ଈଶ୍ୱର ବନ୍ଦନା 
ସବୁ ଧର୍ମର ମୂଳ ଭାବନା
ଏମିତି ଭାବି ଭାବି
ମଣିଷ ଭକ୍ତ ହୋଇଥାନ୍ତି

ଭକ୍ତିରେ ମଣିଷ ବୁଡି ବୁଡି
ଈଶ୍ୱର ପୁଜେ ଘଡି ଘଡି
ବାର ଆବର,ବାରଣ
ଗଢିଲେ ଧୃତ ଧର୍ମ ମାନ
ଭାଗ୍ୟ ଫଳ, ସ୍ୱର୍ଗ, ନର୍କ
ଅନ୍ଧଭକ୍ତ ର ବୁଦ୍ଧି ଜାଣ
ନ କରି ସତ୍ୟ ର ସନ୍ଧାନ
ସବୁ ହୋଇଲେ ଧର୍ମର ଗୁଲାମ

ମଣିଷ ମଣିଷ ବିଚାର
ଧର୍ମ କରୁଛି ଛାରଖାର
ଧର୍ମ ରେ ଅନ୍ଧ ଭକ୍ତି
ଧର୍ମରେ ନାହିଁ ମୁକ୍ତି
ଧର୍ମ ପାଇଁ ଦୁନିଆ ଆଜି
ସତ୍ୟ ଠାରୁ ବିଚ୍ୟୁତି
ସତ୍ୟ ମାର୍ଗର ଅନ୍ୱେଷଣ 
ନିଜ ବିଚାରେ କର ଜନେ 
ତୁ ନିଜେ ଖୋଜିଲେ ପାଇବୁ
ନହେଲେ ଭକ୍ତହୋଇ ରହିବୁ
ଶେଷରେ ଈଶ୍ୱର ଡାକ ଦେଇ 
ଈଶ୍ୱର ପାଇଁ ମଣିଷ ମାରିବୁ ତୁହି

ଖୋଜିଲେ ପାଇବୁ ଧର୍ମ ବଡ଼ ନା
ବିଜ୍ଞାନ???
ସୃଷ୍ଟି ର ସର୍ଜନା କିଏ କଲା??
ଏ ସବୁ ପ୍ରଶ୍ନର ଉତ୍ତର
ବର୍ତ୍ତମାନ ବିଜ୍ଞାନ ଦେଲା
ପ୍ରକୃତିକ ବିପତି, ରୋଗ ରୁ ମୁକତି 
ଏ ସବୁ ବିଜ୍ଞାନର ଶକତି
ଜଗତେ କରୋନା ଆସିଲା
ସବୁ ଧର୍ମକୁ ବିନାଶିଲା
ଈଶ୍ୱର,ଆଲ୍ହା, ଭଗବାନ
ବୃଥା ପ୍ରମାଣ ହେଲା ଜାଣ
ସେବିଜ୍ଞାନ ରୂପ ନେଲା
ସୃଷ୍ଟିରେ ବିଜ୍ଞାନ ବଢିଲା
ସୃଷ୍ଟିକୁ ବିଜ୍ଞାନ ଗଢିଲା 
ସତ୍ୟ ବିଜ୍ଞାନ ସତ୍ୟ ଧ୍ୟାନ
ବୁଦ୍ଧ ବିଜ୍ଞାନ ମହା ଧନ 
ଅନୁସନ୍ଧାନେ ଶେଷ ଜାଣ
ଏ ସତ୍ୟ ସନ୍ଧାନ ଭାରତର

ବିଶ୍ୱ କରୁଛି ବନ୍ଦନ
ଆସନ୍ତୁ ସର୍ବେ ଏକ ହୋଇ
ଚାଲିବା ସବୁ ଗୀତେ ଗାଇ
ସଭିଏଁ କୁହ ଜୟ ଭୀମ
ନାରୀ ପୁରୁଷ ଏକ ସମ 
ନମୋ ବୁଦ୍ଧାୟ ଯିବା କହି
ବିଶ୍ୱ ଭାତୃତ୍ୱ ଧମ୍ମ ଏହି
ଜୟ ବିଜ୍ଞାନ,ସମ୍ବିଧାନ 
ବିଶ୍ୱେ ମଣିଷ ଏକ ସମ 
ଜୟ ବିଜ୍ଞାନ
ଜୟ ସମ୍ବିଧାନ 
ନମୋ ବୁଦ୍ଧାୟ
ଜୟ ଭୀମ
ଜୟ ପ୍ରଭୁଦ୍ଧ ଭାରତ 

Comments