ବୁଦ୍ଧ ଦର୍ଶନ
ଶ୍ରଦ୍ଧେୟ ମହୋଦୟ :
ବୁଦ୍ଧ ଦେବଙ୍କ ସମୟରେ ଗୃହୀ ଅଥବା ସଂସାରୀ ଉପାସକ ମାନେ କିଭଳି ଧର୍ମ ମାର୍ଗରେ ବ୍ରତୀ ହେବେ, ସେଥିପାଇଁ ଏଭଳି ବ୍ୟବସ୍ଥାର ପରିକଳ୍ପନା l ସେତେବେଳେ ତ କ୍ୟାଲେଣ୍ଡର ନ ଥିଲା l ତେବେ ଚାନ୍ଦ୍ର ମାସରେ ଅମାବାସ୍ୟା,ଅଷ୍ଟମୀ ଓ ପୁର୍ଣିମା ସହିତ ସଂକ୍ରାନ୍ତି ଦିନ ଗୁଡ଼ିକ ସ୍ପଷ୍ଟ ଭବେ ବାରି ହେଉଥିଲା l ଏହି ଦିନ ମାନଙ୍କୁ ପବିତ୍ର ଦିବସ ଅଥବା ବୌଦ୍ଧ ପରମ୍ପରାରେ ଉପସୌଥ ଦିବସ ଭବେ ବିବେଚିତ ଥିଲା l ଏହି ଦିନ ମାନଙ୍କରେ ଗୃହୀ ତଥା ସଂସାରୀ ଉପାସନା ରେ ସମବେତ ତ୍ରିଶରଣ, ଅଷ୍ଟାଙ୍ଗିକ ମାର୍ଗ ଓ ପଞ୍ଚଶୀଳ ଗାନ ସହିତ ଏଗୁଡ଼ିକ ଦୈନନ୍ଦିନ ଜୀବନଚର୍ଯ୍ୟା ରେ ଅଭ୍ୟାସ କରିବାକୁ ଶପଥ ନିଆଯାଉଥିଲା ଏବଂ ଅନ୍ୟ ମାନଙ୍କୁ ଏଥିରେ ଆକର୍ଷିତ କରି ସଂଘ ଗଠନ ମଧ୍ୟ ହେଉଥିଲା l ଉକ୍ତ ଦିବସ ଗୁଡ଼ିକ ପରବର୍ତ୍ତୀ ସମୟରେ କ୍ୟାଲେଣ୍ଡର ସଙ୍କଳନ କରିବାକୁ ଖୋରାକ ଯୋଗାଇ ଥିବାର ଯଥେଷ୍ଟ ପ୍ରମାଣ କୁ ମଧ୍ୟ ଏଡ଼ାଇ ଦିଆ ଯାଇ ନପାରେ l ପୁନଶ୍ଚ ଏହି ପରମ୍ପରା ବିଶ୍ୱାବ୍ୟାପୀ ଏତେ ଆଦୃତ ଥିଲା ଯେ ଏହାକୁ ଆଧାର କରି ହୋଲିଡେ ଅଥବା ପ୍ରଥମେ ପବିତ୍ର ଦିବସ ଓ ପରେ ଛୁଟି ଦିନ ଭାବେ ସାଧାରଣ ଜୀବନ ଜୀବିକାକୁ ପ୍ରଭାବିତ କରି ଆସୁଛି l ଏକଥା ଅନଃସ୍ବୀକାର୍ଯ୍ୟ ଯେ ଅଧିକାଂଶ ପର୍ବ ପର୍ବାଣୀ ମଧ୍ୟ ଏହି ଦିନରେ ପାଳିତ ହୁଏ l ଏହା ସହିତ ବୌଦ୍ଧ ପରମ୍ପରା ଓ ତାତ୍ପର୍ଯ୍ୟ ବିଶେଷ ଭାବେ ଅନ୍ତର୍ନିହିତ ଅଛି ଯାହାର ବ୍ୟାପକ ପରିସର ଆଲୋଚ୍ୟ ବିଷୟ ଅଟେ l ନମୋ ବୁଦ୍ଧାୟ l
Comments
Post a Comment