ବୁଦ୍ଧ ଦର୍ଶନ




ପରଶେ ପ୍ରସନ୍ନ ଲୁମ୍ବିନୀ କାନନ
    ଆକାଶେ ବୈଶାଖୀ ଜହ୍ନ
ଜହ୍ନ ଜୋଛନାରେ ନିଶି ନାଚୁଥିଲା
    ଆନନ୍ଦେ ଗିରି ନର୍ତ୍ତନ l
ଜ୍ଞାନର ପସରା ମାୟାଦେବୀ କୋଳେ
     ବନସ୍ତ ବୁକୁରେ ହସ
ପୁନେଇଁ ଚାନ୍ଦରେ ଗଗନ ହସୁଛି
    ତାରା ଆକାଶେ ଉଲ୍ଲାସ l
ସଂସାର କଷଣ ଯିବ ଅପସରି
   ଆଶାରେ ସର୍ବେ ହରଷ
ପ୍ରସବ ବେଦନା ଜନନୀ ପାସୋରି
     ସନ୍ତାନ ଦର୍ଶନେ ତୋଷ l
ଜନମ ଉପ୍ରାନ୍ତେ ସପତ ପାହୁଣ୍ଡ
     ଗମିଲେ କାନନ କୋଳେ
ଭୂମି ସ୍ପର୍ଶ କଷ୍ଟ ଇଷ୍ଟରେ ନଦେଇ
     ପଦ୍ମ ଧରେ କୁତୁହଳେ l
ଜଗତ ଯାତନା ହରିବା ପାଇଁକି
    ଧରାରେ ଅବତରଣ
ଦେଇ ଉଦ୍ଘୋଷଣା ବରିଲେ ଶୟନ
     ପଙ୍କଜେ ଗୋପା ରମଣ l

Comments