ଆଧ୍ୟାତ୍ମିକ ପ୍ରଶ୍ନ ଓ ବାସ୍ତବ ମଣିଷର ଉତ୍ତର
ଆଧ୍ୟାତ୍ମିକ ପ୍ରଶ୍ନ ଓ ବାସ୍ତବ ମଣିଷର ଉତ୍ତର।
#ପ୍ରଶ୍ନ- ଜୀବନର ଉଦ୍ଦେଶ୍ୟ କ’ଣ ?
#ଉତ୍ତର- ଜୀବନର ଉଦ୍ଦେଶ୍ୟ ହେଉଛି ବିଶ୍ୱରତ୍ନ ବାବାସାହେବ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ସ୍ୱପ୍ନର ଭାରତ ନିର୍ମାଣ କରିବା।
#ପ୍ରଶ୍ନ- ଜନ୍ମ ଓ ମୃତ୍ୟୁ ବନ୍ଧନରୁ ମୁକ୍ତ କିଏ ?
#ଉତ୍ତର- ଯିଏ ଆମ୍ବେଦକରଙ୍କୁ ଜାଣିଲା ସେ ଜନ୍ମ ମୃତ୍ୟୁର ଏପରି ଅଦରକାରୀ ପ୍ରଶ୍ନରେ ଜଡିତ ହୁଏ ନାହିଁ।
#ପ୍ରଶ୍ନ- ସଂସାରରେ ଦୁଃଖ କାହିଁକି ଅଛି ?
#ଉତ୍ତର- ସଂସାର ବିଷୟରେ ଜାଣି ନାହିଁ , କିନ୍ତୁ ଭାରତର ସମସ୍ତ ଦୁଃଖର କାରଣ ହେଉଛି ବ୍ରାହ୍ମଣବାଦ।
#ପ୍ରଶ୍ନ- ଭଗବାନ କାହିଁକି ଦୁଃଖ ସୃଷ୍ଟି କଲେ ?
#ଉତ୍ତର- ଭଗବାନ ବୋଲି କୌଣସି ଜିନିଷ ନାହିଁ, ସେ ସୃଷ୍ଟି କ’ଣ କରିବେ ?
#ପ୍ରଶ୍ନ- କ’ଣ ଭଗବାନ ଅଛନ୍ତି ? କିଏ ସେ ? ତାଙ୍କର ରୂପ କ’ଣ ? ସେ ମହିଳା ନା ପୁରୁଷ ?
#ଉତ୍ତର- ଭଗବାନ କଳ୍ପନାର ଫଳ, ଯିଏ ଯେମିତି କଳ୍ପନା କରେ ତା ପାଇଁ ଭଗବାନ ସେମିତି , ଏବଂ ଏଥିପାଇଁ ସମଗ୍ର ବିଶ୍ୱରେ ଭଗବାନଙ୍କର କୋଟି କୋଟି ରୂପ ଅଛି।
#ପ୍ରଶ୍ନ- ଭାଗ୍ୟ କ’ଣ ?
#ଉତ୍ତର- ଭାଗ୍ୟ ଶବ୍ଦର ପ୍ରୟୋଗ ଦୁର୍ବଳ ବ୍ୟକ୍ତି ନିଜର ବିଫଳତାକୁ ଲୁଚାଇବା ପାଇଁ ବ୍ୟବହାର କରିଥାଏ।
#ପ୍ରଶ୍ନ- ଏହି ଦୁନିଆର ସବୁଠାରୁ ବଡ ଆଶ୍ଚର୍ଯ୍ୟ କ’ଣ ?
#ଉତ୍ତର- ସବୁଠାରୁ ବଡ ଆଶ୍ଚର୍ଯ୍ୟ ହେଉଛି ବ୍ରାହ୍ମଣବାଦରୁ ଜନ୍ମିତ ଚରିତ୍ରମାନେ ଯେଉଁମାନେ କେବଳ କାଳ୍ପନିକ କାହାଣୀରେ ଚମତ୍କାର କାର୍ଯ୍ୟ କରନ୍ତି ଏବଂ ଅନ୍ଧ ଭକ୍ତମାନେ ପଥର ପୂଜା କରନ୍ତି ଯାହାକୁ ସେମାନେ ସତ୍ୟ ବୋଲି ଭାବନ୍ତି।
#ପ୍ରଶ୍ନ- କ’ଣ ହରାଇ ମଣିଷ ଧନୀ ହୋଇଥାଏ ?
#ଉତ୍ତର- ଭଗବାନ ଅଛନ୍ତି ଏହି କଥାକୁ ହୃଦୟରୁ ହରାଇ ମଣିଷ ଧନୀ ହୋଇପାରେ।
#ପ୍ରଶ୍ନ- କେଉଁ ଉପାୟରେ ଜୀବନ ସୁଖୀ ହୋଇଥାଏ ?
#ଉତ୍ତର- ବୁଦ୍ଧ, ଆମ୍ବେଦକର, ଜ୍ୟୋତିବା ଫୁଲେ, ସନ୍ଥ କବୀରରଙ୍କ ଭଳି ମହାପୁରୁଷମାନଙ୍କ ଦ୍ୱାରା ପ୍ରଦର୍ଶିତ ପଥ ଅନୁସରଣ କରି ଜଣେ ମଣିଷର ଜୀବନ ସୁଖୀ ହୋଇପାରିବ।
#ପ୍ରଶ୍ନ- କେଉଁ ଜିନିଷକୁ ହରାଇଲା ପରେ ଦୁଃଖ ହୁଏ ନାହିଁ ?
#ଉତ୍ତର- ବ୍ରାହ୍ମଣବାଦରୁ ଉତ୍ପନ୍ନ ନକଲି ଭଗବାନ ଓ ନକଲି ଗ୍ରନ୍ଥ ହରାଇଲା ପରେ ଦୁଃଖି ବଦଳରେ ଜଣେ ସୁଖି ହେବା ଉଚିତ୍।
#ପ୍ରଶ୍ନ- ଧର୍ମ ଠାରୁ ବଡ ଆଉ ଦୁନିଆରେ କ’ଣ ଅଛି ?
#ଉତ୍ତର- ଧର୍ମ ହେଉଛି ସମସ୍ତ ଉଦାସୀନତାର ମୂଳ, ତେଣୁ ଯେତେବେଳେ ବି ଆପଣ କିଛି ଭଲ କାମ କରିବାକୁ ଭାବନ୍ତି, ସେତେବେଳେ ଧର୍ମ ଠାରୁ ଉପରକୁ ଉଠି ଚିନ୍ତା କରିବାକୁ ପଡିବ।
#ପ୍ରଶ୍ନ- କେଉଁ ଜିନିଷ ଅନ୍ୟକୁ ଦବା ଉଚିତ୍ ନୁହେଁ ?
#ଉତ୍ତର- ନକଲି ଭଗବାନ ଓ ନକଲି ଗ୍ରନ୍ଥ ଅନ୍ୟକୁ କଦାପି ଦିଅନ୍ତୁ ନାହିଁ କିମ୍ବା କାହାକୁ ନକଲି ଜ୍ଞାନ ଦିଅନ୍ତୁ ନାହିଁ।
#ପ୍ରଶ୍ନ- କେଉଁ ଜିନିଷ ଅନ୍ୟଠାରୁ କେବେବି ନବା ଉଚିତ୍ ନୁହେଁ ?
#ଉତ୍ତର- ଯାହା ଦବା ଉଚିତ୍ ନୁହେଁ, ତହା ନବା ବି ଉଚିତ୍ ନୁହେଁ। ବ୍ରାହ୍ମଣମାନଙ୍କ ନିଷ୍ପତ୍ତି ମୁଳନିବାସୀ ମାନଙ୍କୁ ନେବା ଉଚିତ୍ ନୁହେଁ।
Sadhu sadhu sadhu
Comments
Post a Comment