ନିର୍ବାଣ ପଥିକ

ନିର୍ବାଣ ପଥିକ
ଅଛି ସେ ଲୁମ୍ବିନୀ ,ସେ କପିଳବସ୍ତୁ ଅଛି ସେଇ ବୋଧିଦ୍ରୁମ |
ହେଲେ କିମ୍ପା ତୁମ୍ଭ ଦର୍ଶନ ମିଳେନା ବ୍ୟର୍ଥ ଯାଏ ମୋରଜନ୍ମ |୧

ଜୀବନ ସମରେ କେତେ ଲଢିଲିଣି ନିର୍ବାଣ ପାଇବା ପାଇଁ  
ହେଲେ ଉପଗୁପ୍ତେ ନପାଇଲି ଯେଣୁ ଚଣ୍ଡାଶୋକେ ଗଲି ରହି ୨


କାମନା ବିନା ଶେ ଦୁଃଖ ନାଶ ଯିବ ଏଥିଲା ତୁମ୍ଭ ବଚନ 
ହେଲେ ହେ ସିଦ୍ଧାର୍ଥ ,ସାରା ଜୀବନ ମୋ କାମନା ରେ କଲ ପୂର୍ଣ୍ଣ ୩

ତେଜି ପାରିଲିନି ହିଂସା ଆଉ ଦ୍ବେଷ ବଞ୍ଚିଲି ପରକୁ ନିନ୍ଦି
ଦୟା ଭାବ ଦୂର ଜୀବନୁ କରିଲ ପାପ ଜାଲେ ହେଲି ଛନ୍ଦି ୪

କାମିନୀ,କାଞ୍ଚନ,ରାଜ ଭୋଗେ ସାରା ଜୀବନ ମୋ ଦେଲି ସାରି
ଗର୍ବ ମତ୍ତେ ସରା ଧରା କୁ ମଣିଲି ନ ପାରିଲି ତେଣୁ ଫେରି ୫

ସତରେ ନହେଲା ସପନେ ଆସନ୍ତ ଜୀବନ ସାୟାହ୍ନେ ମୋର
ନିର୍ବାଣ ପଥିକ(ମୁଁ) ଭଗ୍ନ କଣ୍ଠେ ମୋର ଭରି ଦ୍ଯନ୍ତ ସାତ ସୁର ୬

ସେ ସୁର ରେ ଥାନ୍ତା ତୁମ୍ଭରି ବନ୍ଦନା ଜଗତ କଲ୍ଯାଣ ଗୀତି
ଫେଡି ମୋ ସନ୍ତାପ,ଭରନ୍ତ ଜୀବନେ ଦୟା ଖ୍ୟମା,ସ୍ନେହ,ପ୍ରୀତି ୭

Comments