ସମାଜ ପାଇଁ ନୀତିଶିକ୍ଷା

ଆଜି ଯେଉଁମାନଙ୍କୁ ଦଳିତ କହି ସମ୍ବୋଧିତ କରାଯାଉଛି, ଇତିହାସରେ ସେମାନଙ୍କର ଅନେକ ନାମ ଅଛି। ଦାସ, ଦସ୍ୟୁ, ଦ୍ରାବିଡ଼, ଦାନବ, ରାକ୍ଷସ ଠାରୁ ଆରମ୍ଭ ହୋଇଥିବା କଥା ଅନାର୍ଯ୍ୟ, ଅବର୍ଣ୍ଣ, ଅସ୍ପୃଶ୍ୟ, ଅଛୁତ, ଶୁଦ୍ର, ହରିଜନ, ବହୁଜନ, ମୁଳନିବାସୀ ଇତ୍ୟାଦି ହୋଇ ଦଳିତ ଶବ୍ଦରେ ପହଞ୍ଚିଛି। ପୁର୍ବରୁ ଏବଂ ଆଜି ମଧ୍ୟ ଭାରତରେ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ କୌଣସି ନା କୌଣସି ଶବ୍ଦକୁ ଆପତି କରନ୍ତି କିମ୍ବା ସହମତ ନୁହଁନ୍ତି। 

ମନେରଖନ୍ତୁ ଉପରୋକ୍ତ ସମସ୍ତ ଶବ୍ଦର ସମ୍ବିଧାନରେ କୌଣସି ସ୍ଥାନ ନାହିଁ, ତଥା ଏହା ଗୋଟିଏ ଜାତି କିମ୍ବା ସମାଜ ନୁହେଁ ବରଂ ଜାତି ମାନଙ୍କର ଏକ ଶ୍ରେଣୀ ସମୁହ ଠିକ୍ ଯେମିତି ଅନସୁଚିତ ଜାତି ଶହ ଶହ ଜାତିର ଏକ ସଂଗଠିତ ଶ୍ରେଣୀ। କିନ୍ତୁ ଏହାର ଇତିହାସ ତ ବଡ ବିଚିତ୍ର । ଉପରୋକ୍ତ ଗୋଟିଏ ଗୋଟିଏ ଶବ୍ଦକୁ ଏହି ସଭ୍ୟ କୁହାଯାଉଥିବା ସମାଜ ହେୟ ଦୃଷ୍ଟିରେ ଦେଖିଛି ଯେଉଁଥିପାଇଁ ସେମାନେ ବିରକ୍ତି ହେବାକୁ ଲାଗିଲେ, ଉଦାହରଣ ସ୍ୱରୂପ, ହରିଜନ ଶବ୍ଦ। 

ବିଂଶ ଶତାବ୍ଦୀର ପ୍ରାରମ୍ଭରେ ପ୍ରସ୍ତୁତ ଏହି ଶବ୍ଦଟି ସେହି ଦିନଠାରୁ ବିବାଦରେ ରହିଆସିଛି। କାହାର ଏକ ବ୍ୟାଖ୍ୟା ଥିଲା ଯେ ଆମେ ସମସ୍ତେ ଇଶ୍ବରଙ୍କ ସନ୍ତାନ, ତେଣୁ ହରିଜନ ଶବ୍ଦ ଉପଯୁକ୍ତ। କାହାର ଏକ ବ୍ୟାଖ୍ୟା ଥିଲା ଯେ ଯଦି ସମସ୍ତେ ଇଶ୍ବରଙ୍କ ସନ୍ତାନ ତେବେ କେବଳ ଅଳ୍ପ ଲୋକ ହରିଜନ କାହିଁକି ? କେତେକଙ୍କର ମତ ଥିଲା ଯେ ହରିଜନ ଏକ ଗାଳି, ତ କେତେକଙ୍କ ମତ ଥିଲା କେବଳ ହରିଜନ କାହିଁକି ? 
ଅନ୍ତତ: ଗାଳି, ତିରସ୍କାର, ଦୁର୍ବ୍ୟବହାର, ନିନ୍ଦା ସାଥେ ସାଥେ ହରିଜନ ଏକ ଜାତି ହୋଇଗଲା । ତାହା ମଧ୍ୟ ଏକ ଛୋଟ ଜାତି। 

ଏହି କାରଣରୁ, 10 ଫେବୃଆରୀ 1982 ରେ ବିଜ୍ଞପ୍ତି ଜାରି କରି ହରିଜନ ଶବ୍ଦ ଉପରେ ପ୍ରତିବନ୍ଧକ ଲଗାଇବାକୁ ପଡିଥିଲା। ହରିଜନ କହିବା ଉପରେ କଠୋର ଦଣ୍ଡର ବ୍ୟବସ୍ଥା କରାଗଲା। 1990 ରେ, କୌଣସି ବି ପ୍ରମାଣପତ୍ର କିମ୍ବା ସରକାରୀ କାଗଜରେ ଜାତି ଲେଖିବା ଉପରେ ଏକ ନିଷେଧାଦେଶ ଥିଲା। ଯଦିଓ ଅସଂଖ୍ୟ ଲୋକ ଜାତିଗତ ଶବ୍ଦ ଉଲ୍ଲେଖ କରୁଛନ୍ତି କିନ୍ତୁ ଏହା ଆଇନ ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ। କାଗଜରେ କେବଳ ସାମ୍ବିଧାନିକ ବର୍ଗ ଅନୁସୂଚିତ ଜାତି ଓ ଜନଜାତି ବୈଧ ଅଟେ। 

ଦଳିତ ଶବ୍ଦ ଉପରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରତିବନ୍ଧକ ନାହିଁ, କିନ୍ତୁ 10 ଏପ୍ରିଲ 2018 ପରେ ଦଳିତ ଶବ୍ଦକୁ ସରକାରୀ କାଗଜପତ୍ର କିମ୍ବା ଗଣମାଧ୍ୟମ ତଥା ଅନ୍ୟାନ୍ୟ ଅନୁଷ୍ଠାନରେ ବ୍ୟବହାର ନକରିବାକୁ ପରାମର୍ଶ ଦିଆଯାଇଛି। ଯଦି ଏହା ଉପରେ ପ୍ରତିବନ୍ଧ ଲଗାଯାଏ, ତେବେ ଏହି ନିଷ୍ପତ୍ତିକୁ ନା ଭଲ କୁହାଯିବ ନା ଖରାପ। କାରଣ ଅନ୍ୟ ଶବ୍ଦ ତୁଳନାରେ ଦଳିତ ଶବ୍ଦ ବର୍ତ୍ତମାନ ଏକ ସଂଗଠିତ ପରିଚୟରେ ପରିଣତ ହୋଇଛି। ଯଦିଓ ଲୋକମାନେ ଏଥିରେ ଦାରିଦ୍ର୍ୟ ଖୋଜନ୍ତି, କିନ୍ତୁ ବାସ୍ତବରେ ଏହି ଶବ୍ଦରେ ଏକ ଦୂର ଦୃଷ୍ଟି ଲୁକ୍କାୟିତ। 

ବହୁ ଦିନ ପୂର୍ବରୁ ଏକ ବିତର୍କ ହୋଇଥିଲା ଗାନ୍ଧୀଙ୍କ ହରିଜନ ବନାମ ଆମ୍ବେଦକରଙ୍କ ଦଳିତ, ଯାହାକୁ ପରେ ବହୁଜନ କରି ଦିଆଯାଇଥିଲା। ଏବଂ ତାହା ମୁଳନିବାସୀ ଶବ୍ଦରେ ପରିଣତ ହୋଇଥିଲା, କିନ୍ତୁ ଏହି ତମାମ ଶବ୍ଦରେ ରାଜନୀତି ପ୍ରତିଫଳିତ ହୋଇଥିଲା। ଯେତେବେଳେ କି 'ଦଳିତ' ଶବ୍ଦ ସେହି ବଞ୍ଚିତ ଓ ଶୋଷିତ ମାନଙ୍କର ସ୍ୱର ହୋଇଥିଲା। ଯେଉଁଥିରେ ବିଶୃଙ୍ଖଳାର କ୍ରୋଧ ଏବଂ ପ୍ରଶ୍ନ ଉଠାଇବାର କ୍ଷମତା ଅଛି। ଦଳିତମାନେ ମଧ୍ୟ କ୍ରୋଧିତ ହୋଇଥିଲେ, ସେଥିପାଇଁ କେହି କେହି ଏଥିରୁ ଦୂରେଇବାକୁ ଲାଗିଲେ। 

ତଥାପି! ପୃଥକ ପରିଚୟ କୌଣସି ସମାଧାନ ନୁହେଁ, କିନ୍ତୁ ଯେଉଁଠାରେ ଜାତିର ବୁଢିଆଣୀ ଜାଲ ଅଛି ଏବଂ ଛିଣ୍ଡିବାର କୌଣସି ନା ନେଉ ନାହିଁ, ସେଠାରେ ସାଂଗଠନିକ ପରିଚୟ କୌଣସି ଖରାପ ଜିନିଷ ନୁହେଁ। ଆକବର, ବିରବଲଙ୍କ କାହାଣୀର ଛୋଟ ରେଖାକୁ ଲିଭାଇ ଏକ ବଡ଼ ରେଖା ଟାଣିବା ଆବଶ୍ୟକ କାରଣ ଛୋଟ ରେଖାରେ ଦଳିତ ଦୃଶ୍ୟମାନ ହେଉନାହାଁନ୍ତି। ଆଜିର ମୂଳ ସମାଧାନ କୌଣସି ନୂତନ ଶବ୍ଦର ସୃଷ୍ଟି କିମ୍ବା କୌଣସି ଶବ୍ଦ ଉପରେ ପ୍ରତିବନ୍ଧକ ଲଗାଇବା ନୁହେଁ, ବରଂ ସମସ୍ତ ପୁରୁଣା ଜାତି ଓ ଜାତି ଭିତ୍ତିକ ସଂଗଠନଗୁଡ଼ିକୁ ଧ୍ୱଂସ କରିବା।
ସାଧୁ ସାଧୁ ସାଧୁ.....

Comments